ଆତ୍ମହତ୍ୟା କରିଥିବା ଛାତ୍ର ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ

0

ବ୍ରହ୍ମପୁର: ଗତ କାଲି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଅକୃତକାର୍ଯ୍ୟ ହେବା ଭୟରେ ବ୍ରହ୍ମପୁର ଅଞ୍ଚଳର ବଡବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ଯୁକ୍ତ ୨ ଛାତ୍ର ରାଜେଶ ପଣ୍ଡା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି । ଗୁରୁବାର ରାତିରେ ଘରେ କେହିି ନଥିବା ବେଳେ ସେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ସେ ସଂକ୍ରାନ୍ତରେ ପୁଲିସ୍‌ ତଦନ୍ତ ଜାରି ରଖିଛି ।

Leave A Reply