ପାରିବାରିକ କଳହରୁ ଫାଶି ଲଗାଇ ଆତ୍ମହତ୍ୟା କଲେ ବୃଦ୍ଧ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ କାଶିଆ ଗ୍ରାମରେ ମଙ୍ଗଳବାର ସକାଳେ ଏକ ଗଛରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣକ କାଶିଆ ଗ୍ରାମର ପୁରୁଷୋତ୍ତମ ମହାନ୍ତ (୬୪) ବୋଲି ଜଣାପଡିଛି । ତେବେ କୌଣସି କାରଣରୁ ପାରିବାରିକ କଳହ ହେତୁ ମଙ୍ଗଳବାର ଭୋର ସମୟରେ ଘର ନିକଟ ଜଙ୍ଗଲରେ ଏକ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଖବର ପାଇ ପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହାସହ ପୁଲିସ ପାଟଣା ମେଡିକାଲକୁ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିବା ଜଣାପଡିଛି।

Comments are closed.