ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

0

ଯାଜପୁର : ରଶି ଲଗାଇ ଜଣେ ଯୁବତୀଙ୍କ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗ୍ରାମରେ ଘଟିଛି। ମୃତ ଯୁବତୀ ଜଣକ ସ୍ଥାନୀୟ କଲେଜର ଯୁକ୍ତ ଦୁଇର ଛାତ୍ରୀ ଥିଲେ। ସୋମବାର ରାତିରେ ବେକରେ ରଶି ଲଗାଇ ଦେଇଥିବା ଜଣାପଡିଛି। ପରିବାର ଲୋକ ମଙ୍ଗଳବାର ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଯାଜପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Leave A Reply