ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

0

ସୋର : ରେଳଧାରଣାରେ ଜଣେ ଯୁବକ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ବାଲେଶ୍ବର ଜିଲା ମାଣିତ୍ରୀ ପଞ୍ଚାୟତର ଗୋପାଳ ପଣ୍ଡା (୨୮)।  ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନର ଉତ୍ତର ପଟେ ଥିବା ରେଳ ଫାଟକ ନିକଟ ରେଳଧାରଣାରେ ଗୋପାଳଙ୍କ ମୃତଦେହ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତଦେହ ଠାବ କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ଗୋପାଳ ଘରୋଇ କଳହରୁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗୋପାଳଙ୍କ ବାଇକ ରେଳ ଫାଟକ ନିକଟରୁ ମିଳିଛି।

Leave A Reply