ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

0

ଖୁଣ୍ଟା : ଖୁଣ୍ଟା ବ୍ଲକ ଗଡିଗାଁର ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଏକ କୂଅର ଉପରି ଭାଗର ବାଡରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଡାହାଣୀବୁଡା ଗ୍ରାମର ବସନ୍ତ ହେମ୍ବମ୍ର ବୋଲି ସୂଚନା ମିଳିଛି। ତାଙ୍କ ବୟସ ୪୦ ବର୍ଷ। ସେ ଅବିବାହିତ ଥିଲେ। ତେବେ ​‌ସେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି। ଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply