ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

0

ବଡସାହି: ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏପରି ଘଟଣା ବଡସାହି ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତ ମଧୁପୁରରେ ଘଟିଛି। ମୃତ ଯୁବକ ଜଣକ ହେଲେ ମଧୁପୁର ଗ୍ରାମର ଲକ୍ଷ୍ମଣ ସିଂ (୧୮)। ସେ ବୁଧବାର ସକାଳେ ବିଷ ପିଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ତେବେ ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମଣ ବୁଧବାର ଦିନ କୌଣସି କାରଣକୁ ନେଇ କୀଟନାଶକ ବିଷ ପିଇ ଦେଇଥିଲେ। ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ବାରିପଦା ଡାକ୍ତରଖାନା ନେଉଥିଲେ। ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply