ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

0

ରେଢ଼ାଖୋଲ:ଚାରମାଳ ଥାନା ୫୫ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଏକ ଗଛରେ ରେଢ଼ାଖୋଲ ସହର ଜନୈକ ଯୁବ ବ୍ୟବସାୟୀଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ରେଢ଼ାଖୋଲ ସହରର ଜଗନ୍ନାଥ ସାମଲ(୪୦)। ଗତକାଲି ସନ୍ଧ୍ୟାରେ ଶ୍ରୀ ସାମଲ ବାଇକ୍‍ରେ ଯାଇ ଆଉ ଘରକୁ ଫେରି ନଥିଲେ। ବିବାର ସକାଳୁ ୫୫ ନଂ ଜାତୀୟ ରାଜପଥ ଚାରମାଳ ଥାନା ଖଳଖଳିଆ ପୋଲ ପାଶ୍ୱର୍ରେ ଥିବା ଗଛରେ ଏକ ଶବ ଝୁଲୁଥିବା ରାସ୍ତାରେ ଯାଉଥିବା ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ଚିହ୍ନଟ କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗଛ ନିକଟରେ ୨ଟି ମଦ ବୋତଲ, ଗୋଟିଏ ପାଣି ବୋତଲ,୩ଟି ଗ୍ଲାସ ପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ପୁଲିସ ସନ୍ଦେହ କରିଛି। ତଦନ୍ତ ପାଇଁ ସମ୍ବଲପୁର ସାଇଣ୍ଟଫିକ୍‍ ଟିମ୍‍କୁ ଖବର ଦେଇଥିବା ଜଣାପଡ଼ିଛି।

Leave A Reply