ଆଖୁର ଏଫ୍‍ଆରପି ୨୦ ଟଙ୍କା ବୃଦ୍ଧି

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଖୁର ଫେୟାର ଆଣ୍ଡ ରେମୁନିରେଟିଭ୍‍ ପ୍ରାଇସ୍‍ ବା ଏଫଆରପି (ଯେଉଁ ମୂଲ୍ୟରେ ଚିନି କାରଖାନା ଆଖୁ ଚାଷୀଙ୍କଠାରୁ ଆଖୁ କିଣୁଛନ୍ତି)ମୂଲ୍ୟ ବୃଦ୍ଧି କରିଛନ୍ତି। ସରକାରୀ ନିଷ୍ପତ୍ତି ପରେ ଆଖୁ ଚାଷୀମାନେ କ୍ୱିଣ୍ଟାଲ୍‍ ପିଛା ଆଉ ୨୦ ଟଙ୍କା ଅଧିକ ଅର୍ଥାତ୍‍ ୨୭୫ ଟଙ୍କା ପାଇବେ। ଆଜି କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପରେ ଆଖୁ ଚାଷ ପାଇଁ ସରକାରୀ ସହାୟତା ଲାଗି ଦାବି ହେଉଥିଲା।

Leave A Reply