ଏହି ଉପାୟରେ ପରୀକ୍ଷା କରନ୍ତୁ ଚିନିର ଶୁଦ୍ଧତା

ଚିନି ଏକ ଏପରି ଖାଦ୍ୟଦ୍ରବ୍ୟ ଯାହା ପ୍ରତ୍ୟେକଙ୍କ ଘରେ ନିତ୍ୟ ବ୍ୟବହାର କରାଯାଏ। ଚା’ ଠାରୁ ଆରମ୍ଭ କରି ବିଭିନ୍ନ ମିଠା ଜାତୀୟ ପଦାର୍ଥ ପ୍ରସ୍ତୁତ କରିବାରେ ଚିନି ବ୍ୟବହାର କରାଯାଏ। ବର୍ତ୍ତମାନ ସମୟରେ ପ୍ରତ୍ୟେକ ଖାଦ୍ୟଦ୍ରବ୍ୟରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯିବାରୁ ଏହାର ଶୁଦ୍ଧତା ନଷ୍ଟ ହେଉଛି। ଜାଣନ୍ତୁ ଚିନିର ଶୁଦ୍ଧତା ପରୀକ୍ଷା କରିବାର ସହଜ ଉପାୟ….
ପ୍ରଥମେ ଏକ କାଚ ଗ୍ଲାସରେ ପାଣି ନିଅନ୍ତୁ।
ଏଥିରେ ୧୦ ଗ୍ରାମ ଚିନି ମିଶାନ୍ତୁ। ଯଦି ଏଥିରେ ଅନ୍ୟ ପଦାର୍ଥ ବା ଚକ୍‍ ଗୁଣ୍ଡ ମିଶିଥାଏ, ତେବେ ସେହି ଅପମିଶ୍ରିତ ପଦାର୍ଥ ଗ୍ଲାସର ଶେଷ ଅଂଶରେ ଜମା ହୋଇ ରହିବ।

Comments are closed.