ସୁବୋଧ ନାୟକଙ୍କ ପରଲୋକ

0

 

କଟକ : ଆକାଶବାଣୀ ଓ ଦୂରଦର୍ଶନର ସମ୍ବାଦ ପାଠକ ସୁବୋଧ ନାୟକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ବୟସ ହୋଇଥିଲା। ରବିବାର ସକାଳେ କଟକ ବଡ଼ମେଡ଼ିକାଲରେ ହୃଦ୍‍ଘାତରେ ପରଲୋକ ହୋଇଥିଲା।

ନିଜର ସ୍ୱତନ୍ତ୍ର ଶୈଳୀରେ ଉପସ୍ଥାପନା ଯୋଗୁଁ ସମସ୍ତଙ୍କ ଗହଣରେ ବେଶ୍‍ ପରିଚିତ ଥିଲେ। ୧୯୮୯ ମସିହାରୁ ସେ ଦୂରଦର୍ଶନରେ ସମ୍ବାଦ ପରିବେଷଣ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ଆକାଶବାଣୀ କଟକର ସମ୍ବାଦ ପାଠକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ସୁସାହିତ୍ୟିକ ଓ ସମାଜସେବୀ ଭାବେ ରକ୍ତଦାନ, ଚକ୍ଷୁଚିକିତ୍ସା ଶିବିର ଓ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା କରି ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। କଟକସ୍ଥିତ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍‍)ରେ କାର୍ଯ୍ୟ କରୁଥିବା ସ୍ୱର୍ଗତ ନାୟକ ବିଭିନ୍ନ ସାଂସ୍କୃତିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ଥିଲେ। କଟକ ସତୀଚଉରାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Leave A Reply