ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତ

0

କଟକ: ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ଶନିବାର ଭୋର ୪.୧୦ମିନିଟରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି।
ସୁବାସ ରାଉତ ଓଡିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଯୋଜକ ଥିଲେ। ସେ ଦର୍ଶକମାନଙ୍କ ନିମନ୍ତେ ଅନେକ ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସୁନାପଞ୍ଜୁରୀ, ସନ୍ତାନ, ଲକ୍ଷ୍ମଣରେଖା, ଜୀବନ ସାଥୀ ପରି ବହୁ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କର ମୃତ୍ୟୁରେ ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।

Leave A Reply