ବେନୁପଡ଼ା ମଠରେ ଅଁଳାନବମୀ ପାଳିତ

ସୁଆଣ୍ଡୋ : ପୁରୀ ଜିଲା ବେନୁପଡ଼ା ମଠରେ ମଙ୍ଗଳବାର ଅଁଳା ନବମୀ ପର୍ବ ପାଳିତ ହୋଇଯାଇଛି। ଉକ୍ତ ମଠଟି ବାଇ ଦାସ ମଠ ଭାବେ ପରିଚିତ। ମନ୍ଦିରରେ ମା’ ଲକ୍ଷ୍ମୀ ଓ ସରସ୍ୱତୀଙ୍କର ପୂଜା ଆରାଧନା କରାଯାଇଥିଲା। ସେହିପରି ମଠର ପଞ୍ଚ ମହାପୁରୁଷ ଗାଦିଙ୍କୁ ଧୂପ, ଦୀପ, ଚନ୍ଦନ, କର୍ପୂର ଭୋଗ ଅର୍ପଣ କରାଯିବା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ଏହାପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଦିଅଁ ଦର୍ଶନ କରିବା ସହ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ସମ୍ମୁଖରେ ଅଖଣ୍ଡ ହରିକୀର୍ତ୍ତନ ଚାଲିଥିଲା। ଲୋକମୁଖରେ କୁହାଯାଏ ଯେ, ମହନ୍ତ ବାଇ ଦାସଙ୍କ ମା’ ସାରଦା ଦେବୀଙ୍କ ସ୍ମୃତିରେ ଏହି ପର୍ବ ଶହ ଶହ ବର୍ଷ ଧରି ଏଠାରେ ହୋଇଆସୁଛି। ବେନୁପଡ଼ା ମଠର ବିଭୂତି ଓ ତୁଳସୀର ମହିମା ଅପାର ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଶାନ୍ତିଶୃଙ୍ଖଳା ରଖିବାକୁ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମଠ ତରଫରୁ ପ୍ରସାଦ ସେବା କରାଯାଇଥିଲା।

Comments are closed.