ଭଣ୍ଡ ବାବା ଗିରଫ

0

ସୁଆଣ୍ଡୋ : ପ୍ରକୃତ ସାଧୁ ମାନେ ଭଣ୍ଡ ନୁହଁନ୍ତି । କିନ୍ତୁ ଭଣ୍ଡମାନେ ସାଧୁ ବେଶ ଧାରଣ କରି ସମାଜ କୁ ଠକି ଚାଲିଛନ୍ତି ବୋଲି କୁହାଯାଏ । ଏହିପରି ଜଣେ ଭଣ୍ଡ ବାବା କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ପୁରୀଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଏକ ଗ୍ରାମର ରବୀନ୍ଦ୍ର ସେଠି ଓରଫ ସୁପର ଚାଣକ୍ୟ ବାବା ଗୋଟିଏ ବାର ବର୍ଷର ନାବାଳିକା ଝିଅକୁ ବିବାହ କରିବା ପାଇଁ ହାତରେ ଷ୍ଟାମ୍ପ ପେପର ଧରି ତାଙ୍କ ଘରେ ଅସଦାଚରଣ କରିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଝିଅର ମାଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ରବି ଓରଫ ସୁପର ଚାଣକ୍ୟ ବାବା କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଥିବା ଜଣାଯାଇଛି । ବିଭିନ୍ନ ସ୍ଥାନରେ ହେଉଥିବା ସଭା ସମିତି ମାନଙ୍କରେ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ଭଣ୍ଡ ବାବା ଜଣକ ଠିଆ ହୋଇରହିବା ଦେଖିବାକୁ ମିଳିଥାଏ । ଭଣ୍ଡବାବା ଜଣେ ଅଭ୍ୟାସଗତ ଅସଦାଚରଣ କାରୀ ବୋଲି ଜନସାଧାରଣ ଚର୍ଚ୍ଚା କରୁଛନ୍ତି।

Leave A Reply