ଅଗ୍ନିକାଣ୍ଡରେ ଚାରି ବଖରା ଘର ଜଳିଗଲା

0

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକ ଦାସ ବିଦ୍ୟଧର ପୁର ପଞ୍ଚାୟତର ଭିମପୁର ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ପୋଡି ଯାଇଛି । ଘଟଣାରୁ ପ୍ରକାଶ ଏହି ଗ୍ରାମର ହାଡିଆ ଭୋଇଙ୍କର ଦୁଇ ବଖରା ଓ ଡୁଗୁନା ଭୋଇଙ୍କର ଦୁଇ ବଖରା ଚାଳଘର ପୋଡି ଯାଇଛି । ଖବରପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର କର୍ମଚାରୀ ରୋହିତ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଦମକଳ ସାହାର୍ଯ୍ୟରେ ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ ଉଭୟଙ୍କର ଧାନ ଚାଉଳ ବାସନ କୁସନ ଲୁଗାପଟା ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି । ହାଡିଆ ଭୋଇ ରଖିଥିବା ପାଞ୍ଚ ହଜାର ଟଙ୍କା ପୋଡି ଯାଇଛି ବୋଲି ସେ କହିଛନ୍ତି । ଘର ଚୁଲିରୁ ନିଆଁ ଉଠି ଲାଗିଥିବାର ଅନୁମାନ କରାଯାଉଛି। ବିପନ୍ନ ଦୁଇଟି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply