ଅଗ୍ନିକାଣ୍ଡରେ ଗୋଟିଏ ବଖରା ଜଳିଗଲା

0

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କଳାପାହାଡ ଗ୍ରାମରେ ଶନିବାର ଅପରାହ୍ନରେ ଏକ ଅଗ୍ନିକାଣ୍ଡରେ ଏକ ବଖରା ଘର ପୋଡିଯାଇଥିବା ଜଣାପଡିଛି । ଖବର ଅନୁସାରେ, କଳାପାହାଡ ଗ୍ରାମର ଛୋଟା ଜଗନ୍ନାଥ ଦାସଙ୍କ ରୋଷେଇ ଚୁଲିରୁ ନିଆଁ ଉଠି ଚାଳରେ ଲାଗିଯାଇଥିଲା । ଖବରପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ରୋହିତ କୁମାର ନାୟକ ସଦଳବଳେ ଦୁଇଟି ଦମକଳ ସହିତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଚାଳରେ ଚଢି ନିଆଁ ଲିଭାଉ ଥିବା ବେଳେ ଜଣେ ଗ୍ରାମବାସୀଙ୍କ ହାତ ଫୋଟକା ହୋଇଯାଇଛି । ଲୁଗାପଟା, ବାସନ-କୁସନ, ଧାନ, ଚାଉଳ, ଆଦି ପ୍ରାୟ ପଚାଶ ହଜାର ଟଙ୍କାର ସମ୍ପତି ପୋଡି ଯାଇଛି ବୋଲି ଶ୍ରୀ ଦାସ କହନ୍ତି । ବିପନ୍ନ ବ୍ୟକ୍ତି ଜଣକ ଗରିବ ଲୋକ ହୋଇଥିବାରୁ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply