ସାକ୍ଷୀଗୋପୀନାଥଙ୍କ ଝୁଲଣ ଯାତ୍ରା ଆରମ୍ଭ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ସାକ୍ଷୀଗୋପୀନାଥ ଦେବଙ୍କ ଝୁଲଣ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି । ଏହି ଯାତ୍ରା ସାତଦିନ ଧରି ଚାଲିବ । ଠାକୁରଙ୍କ ସନ୍ଧ୍ୟା ଆଳତି ସରିବା ପରେ ଚଳନ୍ତି ପ୍ରତିମା ମଦନମୋହନ ଶ୍ରୀ ରାଧା ଝୁଲଣ ମଣ୍ଡପକୁ ବିଜେ କରିଥିଲେ । ଠାକୁରଙ୍କୁ ଝୁଲଣ ମଣ୍ଡପରେ ଦର୍ଶନ କରିବାକୁ ମନ୍ଦିରରେ ଭକ୍ତମାନଙ୍କ ଗହଳି ଲାଗି ରହିଛି।

Leave A Reply