ଗୋପବନ୍ଧୁ ଜୟନ୍ତୀ ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା 

ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଇଁ ଜନ୍ମମାଟି ସୁଆଣ୍ଡୋସ୍ଥ ସ୍ମୃତି ଭବନ ପରିସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଗୋପବନ୍ଧୁ ସ୍ମୃତିପରିଷଦ ଆନୁକୁଲ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।  ଏଥିର ତିନିଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କବିତା , ବକ୍ତୃତା , ପ୍ରବନ୍ଧ ଓ ଚିତ୍ରାଙ୍କନ ବିଷୟରେ ପ୍ରତିଯୋଗିତା କରାଯାଇଥିଲା । ଚାରିଟି ବିଭାଗରେ ଛତିଶ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଅଧ୍ୟାପକ ବିନୟ କୁମାର ମିଶ୍ର , ଶିକ୍ଷାବିତ୍ କୈଳାସ ଚନ୍ଦ୍ର ମିଶ୍ର , କପିଳେଶ୍ଵର ସାହୁ , ଶିକ୍ଷକ ବସନ୍ତ କୁମାର ମିଶ୍ର , ପଣ୍ଡିତ ସତ୍ୟନାରାୟଣ ସାହୁ ପ୍ରମୁଖ ଅଠର ଜଣ ବିଚାରପତି ଭାବେ ଯୋଗଦେଇଥିଲେ । ପ୍ରଥମେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଆସନ୍ତା ଗୋପବନ୍ଧୁ ଜୟନ୍ତୀ ଦିନ ସ୍ମୃତିଚାରଣ ସଭାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି ।

Comments are closed.