ଇଏ କୌଣସି ସାଧୁ ସନ୍ଥ ନୁହଁନ୍ତି ; ଜଣେ ଖିଆଲି ମଣିଷ

0

ସୁଆଣ୍ଡୋ: ପ୍ରତି ମଣିଷର ଅଲଗା ରୁଚି ବା ଖିଆଲ ରହିଥାଏ । ସବୁ ସମୟରେ ମଣିଷ ନିଜକୁ ଦୁନିଆଁ ଆଗରେ ନିଜକୁ ଭିନ୍ନ  ମଣିଷ ଭାବେ ପରିଚିତ କରିବା ପାଇଁ ଉଦ୍ୟମ କରି ଚାଲିଥାଏ । ସେହିପରି ଜଣେ ଖିଆଲି ମଣିଷ ହେଉଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ପାଟଣା ସାହିର ଜୟକୃଷ୍ଣ ସାହୁ। ବୟସ ୪୮ ବର୍ଷ । ତାଙ୍କ କେଶର ଲମ୍ବ ଏବେ ଦଶ ଫୁଟ ସାତ ଇଞ୍ଚ । ପିଲା ଦିନରେ ଗ୍ରାମକୁ ଆସୁଥିବା ମହିମା ଗୋସାଇଁଙ୍କ ଅନୁଗତ ସାଧୁ ମାନଙ୍କ କେଶକୁ ଲକ୍ଷ କରି ଛାତ୍ର ଜୀବନରୁ ଜୟକୃଷ୍ଣ ଏଭଳି କେଶ ରଖି ଆସିଛନ୍ତି । ଏ ସଂପର୍କରେ ତାଙ୍କୁ ପଚାରିବାରୁ ସେ କୁହନ୍ତି – ମୋର ଏହି ଲମ୍ବା କେଶ ଲିମିକା ବୁକ୍ସରେ ଦିନେ ନିଶ୍ଚିତ ସ୍ଥାନ ପାଇବ । ଏହା ମୋର ଗୋଟିଏ ଖିଆଲ ।

Leave A Reply