ସାକ୍ଷୀଗୋପାଳ ମନ୍ଦିରରେ ବଡଏକାଦଶୀ; ବରଷକେ ଥରେ ଚୁଡାଘଷା ଭୋଗ

0

ସୁଆଣ୍ଡୋ: କାର୍ତ୍ତିକମାସ ବଡ ଏକାଦଶୀରେ ବର୍ଷକେ ଥରେ ସତ୍ୟବାଦୀ ସାକ୍ଷୀଗୋପୀନାଥଙ୍କୁ ଚୁଡାଘଷା ଭୋଗ ଲାଗି କରା ଯାଇଥାଏ । ଶ୍ରୀ ଗୋପାଳ ପଶ୍ଚାଞ୍ଚଳର ଠାକୁର ହୋଇଥିବାରୁ ବର୍ଷ ତମାମ ତାଙ୍କ ନିକଟରେ ଗହମଜାତ ପଦାର୍ଥରୁ ପ୍ରସ୍ତୁତ ହୋଇଥିବା ସୁମିଷ୍ଟ ସରପୁଳି କାକରା ବଲ୍ଲଭ ଛତୁଆ ଖୁରୁମା ମଗଜଲଡୁ ଆଦି ପୂଜା କରାଯାଏ । ତେବେ ମହା କାର୍ତ୍ତିକ ମାସ ବଡ ଏକାଦଶୀରେ ମାନସିକ ଧାରୀମାନେ ଠାକୁରଙ୍କ ପାଟ ଅଗଣାରେ ଏହି ଚୁଡାଘଷା ପ୍ରସ୍ତୁତ କରିଥାନ୍ତି । ଗୁଣ୍ଡଚୁଡା ନଡିଆ ଗୁଡ ବା ଚିନି ଅଳେଇଚ ଯୁଆଣି ଦେଶୀ ଗୁଆଘିଅକୁ ମିଶାଇ ଚୁଡାଘଷା ପ୍ରସ୍ତୁତ ହୋଇଥାଏ । ଏକାଦଶୀରେ ସକାଳଠାରୁ ଶହ ଶହ ଦର୍ଶନାର୍ଥୀ ଧାଡ଼ିରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି ।

Leave A Reply