ଯୁବକର ସନ୍ଦେହଜନକ ମୃତ୍ୟୁ

0

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକ କେତକୀପାଟଣା ପଞ୍ଚାୟତର ରୁଦୁପୁର ଗ୍ରାମର ଧଡ଼ିଆ ଭୋଇ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି । ପାନ ବେପାର କରୁଥିବା ଧଡ଼ିଆ ରବିବାର ସକାଳେ ପାନ କିଣିବା ପାଇଁ ଘରୁ ସାଇକେଲରେ ବାହାରିଥିଲେ । ନିଜ ଗ୍ରାମଠାରୁ କିଛିଦୂର ଚିଲପାଟଣା ବଜାର ନିକଟ ରାସ୍ତାରେ ସେ ମୁହଁମାଡି ତଳେ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ଖବରପାଇ ତାଙ୍କ ସ୍ତ୍ରୀ ଶାନ୍ତିଲତା ଭୋଇ ଓ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଗାଁ କୁ ନେଇଥିଲେ । ପରେ ପୂର୍ବ ଶତୃତାକୁ ନେଇ ଧଡ଼ିଆଙ୍କୁ ମାରି ଦିଆଯାଇଛି ବୋଲି ଶାନ୍ତିଲତା ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫରେନସିକ୍ସ ବିଭାଗର ଅଧିକାରୀଙ୍କୁ ଡକାଇଥିଲେ । ମୃତଦେହ ସହିତ ସାଇକେଲକୁ ଜବତ କରି ପୋଲିସ ଶବକୁ ପୋଷ୍ଟମଟମ ପାଇଁ ପୁରୀ ପଠାଇଥିବା ଜଣାପଡିଛି ।

Leave A Reply