ହଷ୍ଟେଲ ସମସ୍ୟା ଜଣାଇବାକୁ ହଷ୍ଟେଲ ଛାଡ଼ି ୫ କି.ମି ଚାଲିଲେ ଛାତ୍ରୀ

0

ବାରିପଦା : ହଷ୍ଟେଲ ସମସ୍ୟା ଜଣାଇବାକୁ ଛାତ୍ରୀମାନେ ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏକ ହାଇସ୍କୁଲର ହଷ୍ଟେଲ ଛାତ୍ରୀ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ୫ କିଲୋମିଟର ଚାଲିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ରବିବାର ସକାଳ ସମୟରେ ହଷ୍ଟେଲର ପ୍ରାୟ ୧୫ ଛାତ୍ରୀ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ବାରିପଦା ଅଫିସକୁ ବାହାରିଥିଲେ। ସେମାନେ ୫ କିଲୋମିଟର ଯିବା ପରେ ଜିଲା ଓ ପୁଲିସ ପ୍ରଶାସନ ପହଞ୍ଚି ଛାତ୍ରୀଙ୍କୁ ଅଟକାଇ ଥିଲେ। ଛାତ୍ରୀଙ୍କ ଅଭିଯୋଗ ସମ୍ପର୍କରେ ବୁଝିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ନିଜର ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଥିବାର ଜଣାପଡ଼ିଛି।

Leave A Reply