ଅଧ୍ୟାପକ ବଦଳିକୁ ନେଇ ଜିଏମ୍‍ କଲେଜରେ ଛାତ୍ର ଅଶାନ୍ତି

ସମ୍ବଲପୁର : ସମ୍ବଲପୁର ଜିଲା ଗଙ୍ଗାଧର ମେହେର ଜୁନିୟର କଲେଜରେ ଗୁରୁବାର ଛାତ୍ର ଅଶାନ୍ତି ଦେଖାଦେଇଛି। ୮ ଜଣ ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ପ୍ରଭାବରେ କଲେଜ ବନ୍ଦ ରହିଛି। ଏନେଇ ଜିଲାପାଳଙ୍କୁ ସ୍ମାରକ ପତ୍ର ଦେବା ପାଇଁ ଛାତ୍ରଛାତ୍ରୀମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଛନ୍ତି।

Comments are closed.