ଲକ୍ଷ୍ମୀନାରାୟଣ କଲେଜରେ ଲଙ୍କାକାଣ୍ଡ : ବହୁମୂଲ୍ୟ ଆସବାବପତ୍ର ନଷ୍ଟ

0

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମସୁଳି ଲକ୍ଷ୍ମୀନାରାୟଣ କଲେଜରେ ଚାଲିଥିବା ଛାତ୍ର ଆନ୍ଦେଳନ ଗୁରୁବାର ହିଂସାତ୍ମକ ରୂପ ନେଇଛି। ପରୀକ୍ଷା ଫି ବୃଦ୍ଧି ବିରୋଧରେ ଦୁଇଦିନ ହେଲା ଛାତ୍ରଛାତ୍ରୀ ଆନ୍ଦୋଳନ ଚଳାଇଥିବା ବେଳେ ଆଜି ଏହା ଉଗ୍ର ରୂପ ଧାରଣ କରିଛି। ଛାତ୍ରଛାତ୍ରୀମାନେ ଜଳାପୋଡ଼ା, ଭଙ୍ଗାରୁଜା କରିବା ଯୋଗୁଁ କଲେଜ ଅଫିସ ଓ ଅଧକ୍ଷଙ୍କ ଅଫିସର ବହୁମୂଲ୍ୟ ଆସବାବପତ୍ର, କମ୍ପ୍ୟୁଟର, ସିସି କ୍ୟାମେରା ଆଦି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।

Leave A Reply