ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

0

ବାଲେଶ୍ୱର: ଖଇରା କଲେଜରେ ଅଧ୍ୟୟନରତ ଜଣେ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ବାହାନାଗ ବ୍ଲକ ଅଶିମିଲ ସାହିର ସ୍ମିତାରାଣୀ ମିଶ୍ର(୨୦)। ରବିବାର ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। ସୋମବାର ସକାଳୁ ପରିବାର ଲୋକେ ତାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

Leave A Reply