ସ୍କୁଲରେ ଦୁଃସାହସିକ କ୍ରୀଡ଼ା ବେଳେ ୩୦ ଫୁଟ ଉଚ୍ଚରୁ ଖସିପଡ଼ିଲା ୧୧ ବର୍ଷର ଛାତ୍ରୀ, ଆଇସିୟୁରେ ଭର୍ତ୍ତି

ରାୟପୁର: ସ୍କୁଲରେ ଦୁଃସାହସିକ କ୍ରୀଡ଼ା ଚାଲିଥିବାବେଳେ ୩୦ ଫୁଟ ଉଚ୍ଚରୁ ଖସିପଡ଼ିଲା ଜଣେ ୧୧ ବର୍ଷର ଛାତ୍ରୀ। ଛତିଶଗଡ଼ର ରାୟପୁରସ୍ଥିତ ରାଡିଏଣ୍ଟ ୱେ ସ୍କୁଲରେ ଏପରି ଦୁର୍ଘଟଣା ଘଟିଛି। ପିଲାଟିକୁ ଗୁରୁତର ଅବସ୍ଥାରେ ରାୟପୁର ଏମ୍‌ସରେ ଭର୍ତ୍ତି କରାଯାଇଥିବାବେଳେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।

ସ୍କୁଲରେ ଦୁଃସାହସିକ କ୍ରୀଡ଼ା ଚାଲିଥିବାବେଳେ ଛାତ୍ରୀ ଜଣକ ୩୦ ଫୁଟ ଉଚ୍ଚରେ ଜିପ୍‌ ରୋପ୍‌(ରଶି) ଷ୍ଟଣ୍ଟରେ ଭାଗ ନେଇଥିଲେ। ସେ ରଶିରେ ଝୁଲିଥିବା ସମୟରେ ରଶିର କ୍ଲିପ ଖୋଲିଯାଇଥିଲା। ଫଳରେ ଛାତ୍ରୀ ଜଣକ ତଳକୁ ଖସିପଡ଼ିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଗୋଡ଼ ଭାଙ୍ଗିଯାଇଥିବାବେଳେ ଶରୀରରେ ଗଭୀର ଆଘାତ ଲାଗିଛି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ଘଟଣାର ତଦନ୍ତ ପାଇଁ ଜିଲାପାଳ ଏସ. ଭାରତୀ ଦାସନଙ୍କୁ ନିର୍ଦେଶ ଦେଇଛନ୍ତି। କ୍ରୀଡ଼ା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି।

Comments are closed.