ଯୁକ୍ତ ୨ ଛାତ୍ରଙ୍କ ଆତ୍ମହତ୍ୟା

0

ଆସନ୍ତା କାଲି ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପାଇବାକୁ ଯାଇଥିବା ବେଳେ ଆଜି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଛାତ୍ର ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ବଡ଼ବଜାର ଗାୟତ୍ରୀ ନଗରର ରାଜେଶ ପଣ୍ଡା। ଘରେ କେହି ନଥିବା ବେଳେ ସେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ପୂର୍ବରୁ ଦୁଇଥର ପରୀକ୍ଷା ଦେଇ ସେ ଅସଫଳ ହୋଇଥିଲେ । ଆସନ୍ତା କାଲି ପରୀକ୍ଷା ଫଳ ବାହାରିବା ଖବର ଶୁଣି ସେ ଭୟଭୀତ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ରାଜେଶଙ୍କ ବାପା,ମା’ ବଜାରକୁ ଯାଇଥିବା ବେଳେ ସେ ଏଭଳି ପଦକ୍ଷେପ ନେଇଥିଲେ । ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

Leave A Reply