ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ

0

କଟକ : ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନର ଘୋଷଣା କରିଛି। ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଅକ୍ଟୋବର ୧ ତାରିଖରେ ବିଜ୍ଞପ୍ତି ଜାରି କରାଯିବ। ୩ ତାରିଖରେ ଆଶାୟୀ ଛାତ୍ରଛାତ୍ରୀମାନେ ନମାଙ୍କନ ଦାଖଲ କରିବେ। ସେହି ଦିନ ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ନାମାଙ୍କନ ଯାଞ୍ଚ କରାଯିବ। ଅକ୍ଟୋବର ୪ ତାରିଖରେ ନିର୍ବାଚନ ଲଢିବା ପାଇଁ ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ କରାଯିବ। 

ସେହିପରି ଅକ୍ଟୋବର ୧୦ ତାରିଖରେ ‘ତୁମେ କଣ ପାଇଁ ଛିଡା ହୋଇଛ?’ ସଭା ଆୟୋଜନ କରାଯିବ। ଅକ୍ଟୋବର ୧୧ ତାରିଖରେ ନିର୍ବାଚନ ହୋଇ, ଉକ୍ତ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ। ବିଜୟୀ ପାର୍ଥୀମାନେ ଅକ୍ଟୋବର ୧୨ ତାରିଖରେ ଶପଥ ପାଠ କରିବେ। ନିର୍ବାଚନରେ ହିଂସାକୁ ରୋକିବା ପାଇଁ ସମସ୍ତ ମହାବିଦ୍ୟାଳୟ ପ୍ରୟାସ କରିବ।

Leave A Reply