ପ୍ୟାରଡ୍ ଅଭ୍ୟାସ ବେଳେ ଚେତାଶୂନ୍ୟ ହେଲେ ୬ ଛାତ୍ରଛାତ୍ରୀ

0

ରାଉରକେଲା: ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପ୍ରସ୍ତୁତ ବେଳେ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ଏହି ଅଘଟଣ ରାଉରକେଲା ଇସ୍ପାତ ଷ୍ଟାଡିୟମରେ ଘଟିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ଏମଜିଏମ୍ ଇଂରାଜି ମଧ୍ୟମ ବିଦ୍ୟାଳୟ ଓ ଚିନ୍ମୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସ ପାଇଁ ପ୍ୟାରେଡ୍ ଅଭ୍ୟାସ କରୁଥିଲେ। ପ୍ରଚଣ୍ଡ ଖରା ଓ ଗୁଳୁଗୁଳି କାରଣରୁ ପ୍ରଥମେ ଜଣେ ଛାତ୍ରୀ ଚେତା ହରାଇ ଥିଲେ ଓ ପରେ ଅନ୍ୟ ଛାତ୍ରଛାତ୍ରୀମାନେ ଚେତାଶୂନ୍ୟ ହୋଇ ପଡିଥିଲେ । ସେମାନଙ୍କୁ ସ୍କୁଲ ବସ୍ ସାହାଯ୍ୟରେ ସିଡବ୍ଲ୍ୟୁଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି।

Leave A Reply