କାନ୍ଥ ପଡି ଛାତ୍ରୀ ମୃତ ଓ ୩ ଗୁରୁତର

0

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ବ୍ଳକ୍ ଅନ୍ତର୍ଗତ ବିନାୟକପୁର ୟୁ.ପି ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟାଳୟ ନିକଟରେ ଥିବା ଏକ ପରିତ୍ୟକ୍ତ ଘରର କାନ୍ଥ ଭୁଶୁଡି ପଡିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଖେଳ ଛୁଟି ସମୟରେ ବିଦ୍ୟାୟଳ ନିକଟରେ ଥିବା ଏକ ଜାମୁକୋଳି ଗଛରୁ ପିଲାମାନେ କୋଳି ଖାଉଥିଲେ। ଏହି ସମୟରେ ନିକଟରେ ଥିବା ଏକ ପରିତ୍ୟକ୍ତ ଘରର ମାଟି କାନ୍ଥ ବ​‌ର୍ଷାରେ ଭିଜି ଭୁଶୁଡି ପଡିଥିଲା। ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜଣେ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply