ଭିସୁଟ୍‌ରେ ଛାତ୍ରଙ୍କ ଆତ୍ମହତ୍ୟା

0
128

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲ ରୁମ୍‌ ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବେକରେ ଗାମୁଛା ବାନ୍ଧି ସେ ଆତ୍ମହତ୍ୟା କରିଛନ୍ତି । ମୃତ ଦେହକୁ ପୁଲିସ୍‌ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ନେଇଥିଲା ଓ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଆତ୍ମହତ୍ୟା କରିବାର କାରଣ ଜଣା ପଡ଼ିନାହିଁ । ମୃତ ଛାତ୍ର ସୁଭ୍ରଜିତ ପ୍ରଧାନ ସିଭିଲ୍‌ ବିଭାଗର ତୃତୀୟ ବିଭାଗର ଛାତ୍ର ଥିଲେ । କିଛି ଦିନ ପୂର୍ବରୁ ସେଠାରେ ଅନ୍ୟ ଜଣେ ଛାତ୍ରଙ୍କ ମୃତୁ୍ୟ ହୋଇଥିଲା । ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here