ଜଙ୍ଗଲରୁ ଉଦ୍ଧାର ହେଲେ ଛାତ୍ରୀ

0

ଗଜପତି : ସୋମବାର ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା କନ୍ୟାଶ୍ରମରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସମସ୍ତଙ୍କୁ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟରେ ରଖାଯିବା ସହ ହଷ୍ଟେଲ ଛାଡ଼ିବା ସମ୍ପର୍କରେ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଛାତ୍ରୀମାନେ କନ୍ୟାଶ୍ରମ ଛାଡ଼ି ପଳାଇଥିଲେ। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ, ଜିଲା ମଙ୍ଗଳ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନ ଓ ପୁଲିସ ​‌ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରାଯାଇ ଚନ୍ଦ୍ରଗିରି ଟାଙ୍କିଲିପଦର ଗାଁ ପାଖ ଜଙ୍ଗଲରେ ଥିବା ଏକ କୁଡ଼ିଆରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

Leave A Reply