ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଅକାଳ ମୃତ୍ୟୁ

0

ବଡ଼ସାହି: ବୀରେଶ୍ବରପୁରସ୍ଥିତ ନୂତନ ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀନିବାସର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କର ଅକାଳ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ଗଜଡିହୀ ଗ୍ରାମର ସର୍ବେଶ୍ବର ମଢେଇଙ୍କ ଝିଅ ମାମା(୧୨) ।  ୪ବର୍ଷ ଧରି ସେ ଉକ୍ତ ଛାତ୍ରୀନିବାସରେ ରହି ପାଠ ପଢୁଥିଲେ । ସୋମବାର ଦିନ ମାମାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ଆଶୁ ଚିକିତ୍ସା କରିଥିଲେ । ଖବର ପାଇ ପରିବାର ଲୋକେ ମାମାଙ୍କୁ ଘରକୁ ଆଣିଥିଲେ । ତେବେ ମଙ୍ଗଳବାର ରାତିରେ ମାମାଙ୍କର ବାନ୍ତି ହେବାରୁ ତାଙ୍କୁ ପରିବାର ଲୋକେ ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ମୁହଁ ଓ ନାକରୁ ରକ୍ତ ସ୍ରାବ ହୋଇଥିବା ଦେଖିବାକୁ ମିଳିଛି । ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply