ପାକିସ୍ତାନ ଏବଂ ପିଓକେରେ ଭୂମିକମ୍ପ ବିତ୍ପାତ: ୫ ମୃତ, ଶତାଧିକ ଆହତ

ନୂଆଦିଲ୍ଳୀ : ପାକିସ୍ତାନ ଏବଂ ଉତ୍ତର ଭାରତରେ ମଙ୍ଗଳବାର ଅପରାହ୍ଣରେ ଶକ୍ତ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବହୁ କ୍ଷୟକ୍ଷତି ଘଟିଛି।

ଭୂମିକମ୍ପରେ ପିଓକେ ବହୁଳ ଭାବେ ପ୍ରଭାବିତ ହୋଇଥିଲାବେଳେ ୫ ଲୋକଙ୍କ ମୃତ୍ୟୁ ଘଟିଛି ଓ ଶତାଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଲାହୋରଠାରୁ ୧୭୩ କିଲୋମିଟର ଦୂର ପାକିସ୍ତାନ-ଭାରତ ସୀମାରେ ରହିଥିବା କୁହାଯାଉଛି। ଭୂମିକମ୍ପରେ ପାକିସ୍ତାନର ମୀରପୁରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ପାକିସ୍ତାନର ଇସଲାମାବାଦ, ପେସୱାର, ରାୱଲପିଣ୍ଡି, ଲାହୋର, ମୁଜଫରାବାଦ ଏବଂ ଭାରତର ଦିଲ୍ଲୀ-ଏନସିଆର ସମେତ ଜାମ୍ମୁ କାଶ୍ମୀରର ପୁଞ୍ଜ, ରାଜୌରୀ, ଜାମ୍ମୁ, ଚଣ୍ଡିଗଡ଼, ହିମାଳଚ ପ୍ରଦେଶ ଆଦି ଅଞ୍ଚଳରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଅପରାହ୍ଣ ୪ଟା ୩୦ରୁ ୪ଟା ୩୩ ମଧ୍ୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ପାକିସ୍ତାନର ରାସ୍ତା ଘାଟ ଫାଟି ଯାଇଛି ଓ ଅନେକ ଘର ଭୁଶୁଡ଼ି ପଡ଼ିଛି। ପିଓକେରେ ୭୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ପାକିସ୍ତାନର ମୀରପୁରରେ ବହୁ କ୍ଷୟକ୍ଷତି ଘଟିଥିବା କୁହାଯାଉଛି। ମୀରପୁରର ସ୍ଥାନରେ ରାସ୍ତା ଫାଟି ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି ଓ ଅନେକ ଘର ଭୁଶୁଡ଼ି ମାଟିରେ ମିଶିଯାଇଛି। ପାକିସ୍ତାନ ସେନା ମୁଖ୍ୟ ଜେନେରାଫ ବାଜୱା ସେନାର ସହାୟତା ପାଇଁ ନିର୍ଦେଶ ଦେଇଛନ୍ତି। ଭୂମିକମ୍ପରେ ପାକିସ୍ତାନର ପୁଲମଣ୍ଡା ବଜାରରେ ଥିବା ଏକ ପୋଲ ଭୁଶୁଡ଼ି ପଡିଛି। ଭାରତରେ ଏପର୍ଯ୍ୟନ୍ତ ଭୂମିକମ୍ପର କାହାର ମୃତାହାତ ହୋଇଥିବାର ଖବର ମିଳିନାହିଁ।

Comments are closed.