ଯୁବ ବିଜେଡି ନେତା ହତ୍ୟାକାଣ୍ଡ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

0

ଢେଙ୍କାନାଳ: ଯୁବ ବିଜେଡି ନେତା ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡରେ ସଂମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ତାଙ୍କ ସମର୍ଥନମାନେ ରାସ୍ତାରୋକ କରିଛନ୍ତି । ମଙ୍ଗଳବାର ସକାଳେ ତାଳଚେର-ଭୁବନ ୫୩ ନମ୍ବର ଜାତୀୟ ରାଜପଥ ତାଙ୍କ ସମର୍ଥନମାନେ ଅବରୋଧ କରିଥିଲେ । ଘଟଣାସ୍ଥଳରେ ନିକଟସ୍ଥ ଥାନା ଆଇଆଇସି ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପକ୍କା ପ୍ରତିଶୃତି ଦେବା ପରେ ଉତ୍ତ୍ୟକ୍ତଲୋକେ ରାସ୍ତାରୋକରୁ ହଟିଥିଲେ ।

ସୂଚନାଯୋଗ୍ୟ, ଗତକାଲି ଯଶୋବନ୍ତ ପରିଡା ଗାନ୍ଧିନଗର ସ୍ଥିତ ନିଜ ଦୋକାନକୁ ଯାଉତିବା ବେଳେ ବାଟେରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ପ୍ରାୟ ୬ ଜଣ ଦୁର୍ବୃତ୍ତ ଏକ ବୋଲରରେ ଆସି ଗୁଳି ଓ ବୋମା ଫୁଯାଇ ତାଙ୍କୁ ଅଟାଇବା ସହ ଗାଡିରୁ ବାହାର କରି ଗୁଳି କରି ହତ୍ୟା କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply