ଢାବାରେ ନାବାଳକ ମୃତ ଘଟଣା, ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

ବାଲେଶ୍ୱର : ବାଲିଆପାଳ ଇଡ଼କୋ ଛକ ସ୍ଥିତ ଢାବାରେ ନାବାଳକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଶନିବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ନାବାଳକ ମୃତ୍ୟୁ ଘଟଣାର ତଦନ୍ତକୁ ଦୃଷ୍ଟି ନଦେଇ ପୁଲିସ ଏକତରଫା ତଦନ୍ତ କରିବା ଅଭିଯୋଗରେ ଏହି ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚାଳାଚଳ ମଧ୍ୟ ବନ୍ଦ ରହିଛି। ଆଇନ ଶଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୨୦ ଜଣ ଅଧିକାରୀ ମଧ୍ୟ ରହିଛନ୍ତି। ଏହାସହ ବସ୍ତା ଏସଡ଼ିପିଓ ମଧ୍ୟ ଘଟଣାର ସ୍ଥିତି ଉପରେ ନଜର ରଖିଛନ୍ତି। ସୂଚନା ଅନୁଯାୟୀ ଜୁଲାଇ ୨୬ ତାରିଖରେ ବାଲିଆପାଳ ଇଡ଼କୋ ଛକ ସ୍ଥିତ ଏକ ଢାବାରେ ନାବାଳକର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା।

Comments are closed.