ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ଖୋର୍ଦ୍ଧା ବନ୍ଦ

ଖୋର୍ଦ୍ଧା : ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ସୋମବାର ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି। ବିକେପି କର୍ମୀମାନେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛନ୍ତି। ବିକେପି କର୍ମୀମାନେ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଟାଉନ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା ଦିଆଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନବୀନାବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ଦୁଇଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ତେବେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Comments are closed.