ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଟିକେଟ ଦାବିରେ ରାସ୍ତା ଅବରୋଧ

0

ଟିଟିଲାଗଡ : ସୋମବାର ମଧ୍ୟରାତ୍ରରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କିନ୍ତୁ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂଭୋଇଙ୍କୁ ଟିକଟ ମିଳି ନ ଥିବାରୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତାଙ୍କୁ ଟିକେଟ ଦେବା ଦାବିରେ ତାଙ୍କର ସମର୍ଥକମାନେ ସଇଁତଳା ଠାରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାଫଳରେ ଦୋକାନବଜାର ବନ୍ଦ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Leave A Reply