ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ

0

ସୋନପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ସୋମବାର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କୃଷକ ପରିଷଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦର ପ୍ରଭାବ ଫଳରେ ଦୋକାନବଜାର ସହିତ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି ମାତ୍ର ବିଦ୍ୟାଳୟ ଓ କଲେଜକୁ ବାଦ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ, ହରିହର ଯୋର ମୁଖ୍ୟ କେନାଲର ପୁନଃରୁଦ୍ଧାର କାର୍ଯ୍ୟରେ ଅନିୟମିତତାର ବିଚାର ବିଭାଗୀୟ ତଦନ୍ତ, ବିନା ଜଳରେ ଲାଗୁ କରାଯାଇଥିବା ଜଳକର ଛାଡ଼, ମରୁଡ଼ି ଓ ଚକଡ଼ା ପାଇଁ କ୍ଷତିପୂରଣ ଆଦି ୪ଟି ପ୍ରମୁଖ ଦାବି ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି।

Leave A Reply