ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ

0

ଭଦ୍ରକ : ଭଦ୍ରକ ଜିଲାରେ ବିଜେପି ତରଫରୁ ସୋମବାର ସକାଳ ୬ଟାରୁ ୧୨ଟା ଯାଏଁ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ସ୍ଥାପନା ଲାଗି ରାଜ୍ୟ ସରକାରଙ୍କ ଜମି ଯୋଗାଣରେ ବିଳମ୍ବ ଓ ଅସହଯୋଗ ଅଭିଯୋଗରେ ଏହି ବନ୍ଦ ପାଳନ କରାଯାଉଛି। ସୂଚନା ଅନୁଯାୟୀ, ବୟନ ଶିଳ୍ପ ଲାଗି ଜମି ଯୋଗାଇବା ଦାବି କରି ଜିଲାର ୭ଟି ବ୍ଲକରେ ସକାଳ ୬ଟା ସମୟରେ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଦଳ ଦଳ ହୋଇ ବ୍ୟାନର ଓ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭଦ୍ରକର ରେଳ ଷ୍ଟେସନରେ ଡ଼ିଏମୟୁ ଟ୍ରେନ, ବସଷ୍ଟାଣ୍ଡରୁ ଯାତାୟାତ କରୁଥିବା ବସ ଅଟକାଇବା ସହ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। କେତେକ ବିକ୍ଷୋଭକାରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ, ବଜାର ଆଦି ବନ୍ଦ ରହିଥିବାର ସୂଚନା ମିଳିଛି।

Leave A Reply