ଖୁଣ୍ଟାରେ ଭାରତ ବନ୍ଦର ପ୍ରଭାବ

0

ଖୁଣ୍ଟା : ସମାନ ଅଧିକାର ଦାବିରେ ଖୁଣ୍ଟା ଅଞ୍ଚଳରେ ମଙ୍ଗଳବାର ଭାରତ ବନ୍ଦ ଏକ ପ୍ରକାର ସଫଳ ଦୃଶ୍ୟମାନ ହୋଇଛି। ଖୁଣ୍ଟା ବଜ଼ାର ସମ୍ପୂର୍ଣ୍ଣ ବନ୍ଦ ରହିବା ସହ  ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକର ସମସ୍ତ ସରକାରୀ, ଅର୍ଦ୍ଧସରକାରୀ, ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି । ଦୁଇ ଚକିଆ ଯାନ ବ୍ୟତୀତ ଅନ୍ୟ କୌଣସି ଯାନ ରାସ୍ତାରେ ଦେଖିବାକୁ ମିଳିନଥିଲା । ସମର୍ଥକମାନେ ଶତାଧିକ ସଂଖ୍ୟାରେ ବାଇକ ରାଲି କରିଥିବା ବେଳେ ଖୁଣ୍ଟା ବ୍ଲକର ଡୁକୁରା ଅଂଚଳରେ ସ୍ବେଚ୍ଛାକୃତ ଭାବେ ବହୁ ସଂଖ୍ୟାରେ ଜନସାଧାରଣ ବନ୍ଦ ସମର୍ଥନରେ ବାହାରିଥିଲେ । ଘଟଣା ଉପରେ ପୁଲିସ ପକ୍ଷରୁ ନଜର ରଖାଯାଇଥିବା ବେଳେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି ।

Leave A Reply