କୋଇଲା ଖଣି ଆଗରେ ଧର୍ମଘଟ

0

ଅନୁଗୁଳ : ୧୬ ଦଫା ଦାବି ନେଇ ବିଭିନ୍ନ କୋଇଲା ଖଣି ଆଗରେ ଧର୍ମଘଟ ଦେଖାଯାଇଛି। ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧର୍ମଘଟ ଡ଼ାକରା ଦିଆଯାଇଛି। ବିଭିନ୍ନ କୋଇଲା ଖଣି ଆଗରେ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ,କୋଇଲା ଖଣିରୁ ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି। ପ୍ରମୁଖ ଦାବି ମଧ୍ୟରେ ଏମସିଏଲ ଜମିହରାଙ୍କୁ ଥଇଥାନ ଓ ନିଯୁକ୍ତି ଭଳି ବିଭିନ୍ନ ଦାବି ରହିଛି। ତାଳଚେରରେ ପ୍ରଦୂଷଣର ମାତ୍ରା କମାଇବାକୁ ମଧ୍ୟ ସୁରକ୍ଷା ମଞ୍ଚର ଦାବି ରହିଛି।

Leave A Reply