ସର୍ବଭାରତୀୟ ସାଧାରଣ ଧର୍ମଘଟର ଦ୍ବିତୀୟ ଦିନ

0

କଟକ : କେନ୍ଦ୍ରୀୟ ଶ୍ରମିକ ସଂଘ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ଧର୍ମଘଟ ଡାକରା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଏହାର ପ୍ରଭାବ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ବନ୍ଦ ଡାକରା ଫଳରେ ଯୋଗାଯୋଗ, ଗମନାଗମନ ବ୍ୟବସ୍ଥା ବନ୍ଦ ହୋଇଥିଲା। ଫଳରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଧର୍ମଘଟର ଦ୍ବିତୀୟ ଦିନରେ ସକାଳୁ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଡାକରା ଫଳରେ ଦୋକାନବଜାର, ସ୍କୁଲ, କଲେଜ, ଯାନବାହାନ ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି।

ବନ୍ଦ ଡାକରାର ଦ୍ବିତୀୟ ଦିନରେ ଆନ୍ଦୋଳନକାରୀମାନେ ବିଭିନ୍ନ ​‌ଷ୍ଟେସନରେ ରେଳରୋକ କରିଛନ୍ତି। ଧର୍ମଘଟକୁ ଆଖି ଆଗରେ ରଖି ୨୨ଟି ଜିଲାର ଜିଲାପାଳ ସ୍କୁଲ,କଲେଜ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

Leave A Reply