୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

0

କଳାହାଣ୍ଡି : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ହୋଇଛି। ଜିଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହା ଫଳରେ ଭବାନୀପାଟଣାର ସମସ୍ତ ଦୋକାନବଜାର ବନ୍ଦ ରହିଛି। ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହାସହ କଳାହାଣ୍ଡି ଜିଲାର ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ ସମ୍ମୁଖରେ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି। ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସହିତ ସାମାଜିକ, ସାଂସ୍କୃତିକ ସଙ୍ଗଠନଗୁଡିକ ସମର୍ଥନ କରୁଛନ୍ତି। ଏହାର ପ୍ରଭାବରେ ସହରର ସମସ୍ତ ଦୋକାନବଜାର ବନ୍ଦ ରହିଥିବାର ଦେଖା ଯାଇଛି।

Leave A Reply