୧୨ଘଣ୍ଟିଆ ବୁର୍ଲା ବନ୍ଦ

0

ସମ୍ବଲପୁର : ବୁର୍ଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋମବାର ଦିନ ଭିମ୍‌ସାର ନିର୍ଦେଶକ ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଏହାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଉଥିବା ଜଣାପଡିଛି। ପୂଜାହାରୀଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଦାବି କରାଯାଇଛି।

ଅଶ୍ବିନୀ ପୂଜାହାରୀଙ୍କୁ ହଟାଇବା ଦାବି​‌ରେ ଭିଏସ୍‌ଏସ୍‌ ମେଡିକାଲ କଲେଜରେ ଜୁନିଅର ଡାକ୍ତର ଆସୋସିଏସନ (ଜେଡିଏ) ଆନ୍ଦୋଳନ କରିଥିଲା। ବିଭିନ୍ନ ଘଟଣାକୁ ନେଇ ସରକାର ପୂଜାହାରୀଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ଏହାକୁ ସ୍ଥାନୀୟଲୋକେ ପ୍ରବଳ ବିରୋଧ କରୁଥିବା ଜଣାପଡିଛି।

 

Leave A Reply