ପଶ୍ଚିମ ଓଡ଼ିଶାରେ ୪୮ ଘଣ୍ଟିଆ ବନ୍ଦ ଡ଼ାକରା

0

ଝାରସୁଗୁଡ଼ା/ସମ୍ବଲପୁର : ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏଥିରେ ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ସାମିଲ ହୋଇଛନ୍ତି। ଏହା ସହ ଜିଲ୍ଲାର ସମସ୍ତ ସାମାଜିକ,ସାଂସ୍କୃତିକ ଅନୁଷ୍ଠାନ ଓ ସଚେତନ ନାଗରିକମାନେ ଏହି ବନ୍ଦରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ସମେତ ଯାନବାହନ ବନ୍ଦ ରହିବା ଫଳରେ ଶହ ଶହ ଗାଡି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି । ଓକିଲ ସଂଘ ପକ୍ଷରୁ ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ପ୍ରଥମ ଥର ପାଇଁ ୪୮ ଘଣ୍ଟିଆ ବନ୍ଦ ପାଳନ ହେଉଥିବା ବେଳେ ଜନସାଧାରଣ ମଧ୍ୟ ସମର୍ଥନ କରୁଥୁବାର ଦେଖିବାକୁ ମିଳିଛି ।

 

Leave A Reply