କନ୍ଧମାଳ ଜିଲାରେ ୧୨ଘଣ୍ଟିଆ ବନ୍ଦ ଡାକରା

0

କନ୍ଧମାଳ: ବିଜେପି ପକ୍ଷରୁ କନ୍ଧମାଳ ଜିଲାରେ ବନ୍ଦ ଡାକରା ଦିଆଯାଇଛି। ଶୁକ୍ରବାର ଦିନ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଦୋକାନ ବଜାର ବନ୍ଦ ରହିବା ସହ ବିଭିନ୍ନ ସ୍ଥାନକୁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି। ଦେବେନ୍ଦ୍ର କହଁରଙ୍କ ଭାଇରାଲ ଭିଡିଓ ଓ କୋଟଗଡ ଦୁଷ୍କର୍ମ ଘଟଣାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି।
କନ୍ଧମାଳରେ କ୍ରମାଗତ ଭାବେ ନାରୀ ନିର୍ଯାତନା ବଢିବାରେ ଲାଗିଛି। ବିଜେପି ମହିଳା ମୋର୍ଚ୍ଚା ଏହାର ପ୍ରତିବାଦ କରିବା ସହ ମୃତ ନାବାଳିକାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ଓ ଅଭିଯୁକ୍ତକୁ ଫାଶୀଦଣ୍ଡ ଦାବି କରିଛି।

Leave A Reply