ମେଡିକାଲ ସମ୍ମୁଖରେ ଡ଼ାକ୍ତରଙ୍କ ଧାରଣା; ରୋଗୀ ସେବା ବନ୍ଦ

0

ବାଲୁଗାଁ : ବାଣପୁର ମେଡ଼ିକାଲ ସମ୍ମୁଖରେ ଡ଼ାକ୍ତରଙ୍କ ସହ ସମସ୍ତ କର୍ମଚାରୀ ଧାରଣା ଦେଇଛନ୍ତି । ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କ ଗିରଫ ଓ ଡାକ୍ତରଙ୍କ ସୁରକ୍ଷା ଦାବିରେ ଏହି ଧାରଣା ଦିଆଯାଇଛି । ଫଳରେ ରୋଗୀ ସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ସ୍ଥାନୀୟଅଞ୍ଚଳରେ ଔଷଧ ଦୋକାନ ମଧ୍ୟ ବନ୍ଦ ରହିଛି ।

ସୂଚନାଯୋଗ୍ୟ, ରୋଗୀ ମୁତ୍ୟୁକୁ ନେଇ ବାଣପୁର ମେଡ଼ିକାଲରେ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା । ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ ମାରିବା ସହ ମେଡିକାଲ ପରିସରରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ଖୁଣ୍ଟାପଲ୍ଲୀ ଗ୍ରାମର ୬ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

 

Leave A Reply