କଟକ-ପାରାଦୀପ ରାସ୍ତାରୋକ, ଯାତାୟତ ଠପ୍

0

ପାରାଦୀପ: ବର୍ଷାଜଳ ନିଷ୍କାସନ ଦାବି ନେଇ ୭ଟି ପଞ୍ଚାୟତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର କଟକ-ପାରାଦୀପର ଚକ୍ରଧରପୁର ଛକ ନିକଟରେ ମୁଖ୍ୟରାସ୍ତା ଉପରେ ଶହଶହ ଲୋକ ଧାରଣାରେ ବସି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି । ପାରାଦୀପଗଡ, ଭୂତମୁଣ୍ଡାଇ, କୋଠି, ବଗଦିଆ, ବିଶ୍ବାଳୀ, ନୂଆଗଡ ଓ ଗଣ୍ଡିକିପୁର ପଞ୍ଚାୟତର ଲୋକମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଫଳରେ କଟକ-ପାରାଦୀପ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।

ସେମାନଙ୍କ ଅଭିଯୋଗ ହେଲେ,  ଏହି ସବୁ ପଞ୍ଚାୟତରେ ସବୁ ସମୟରେ ବର୍ଷାଜଳ ସମସ୍ୟା ସୃଷ୍ଟି କରିଥିବା ବେଳେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ । ତେବେ ନିକଟରେ ଥିବା ହଳଦୀପାଣି ନଦୀଜଳକୁ ସିଧାସଳଖ ମହାନଦୀକୁ ଛାଡିବାର ସୁବିଧା କରାଇବା ସହ ଲୋକନାଥପଡା ଠାରେ ଏକ କଲଭେଟ୍ ନିର୍ମାଣ ହେଲେ ବର୍ଷାଜଳ ନିଷ୍କାସନ ହୋଇପାରିବ ବୋଲି ଲୋକମାନେ ଦାବି କରିଛନ୍ତି । ପ୍ରଶାସନ ଏହାର ସମାଧାନ କରୁନଥିବାରୁ ହଜାର ହଜାର ଲୋକେ ଜଳବନ୍ଦୀରେ ରହୁଛନ୍ତି । ତେଣୁ ବାଧ୍ୟ ହୋଇ ସେମାନେ ରାଜରାସ୍ତା ଅବରୋଧ କରିଛନ୍ତି ।

Leave A Reply