ଚିନ୍ତାଗ୍ରସ୍ତ ଲୋକ କିପରି ସମୟ ଅତିବାହିତ କରନ୍ତି !

0

ପରିସ୍ଥିତି ଅସହଜ ହେଲେ କିମ୍ବା କୌଣସି କାମରେ ବିରକ୍ତି ଆସିଲେ ହିଁ ମନୁଷ୍ୟର ଚିନ୍ତା ବଢ଼ିଥାଏ। ତେବେ ଚିନ୍ତା ବଢ଼ିବା ପରେ ମଣିଷ କ’ଣ କରିଥାଏ?

ପୂର୍ବେ ଭିନ୍ନ ପରିସ୍ଥିତି ଥିଲା, ହେଲେ ଏକବିଂଶ ଶତାବ୍ଦୀର ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ବିଭିନ୍ନ ପ୍ରକାର ପରୀକ୍ଷା ଓ ଗବେଷଣାରୁ ଜଣାପଡ଼ିଛି ଯେ ବର୍ତ୍ତମାନ ଲୋକେ ଚିନ୍ତା କଲେ ସ୍ମାର୍ଟଫୋନର ବ୍ୟବହାର ଅଧିକ କରି ସମୟ ଅତିବାହିତ କରୁଛନ୍ତି। ଇଣ୍ଟରନେଟରେ ବିଭିନ୍ନ ତଥ୍ୟ ଦେଖିବା ସହ ଅନେକ ଆପ୍ଲିକେସନର ଉପଯୋଗ କରୁଥିବାର ଦେଖାଯାଇଛି।

ଉଭୟ ଯୁବବର୍ଗ ଓ ବୟସ୍କଲୋକେ ଚିନ୍ତାଗ୍ରସ୍ତ ହେବା ପରେ ନିଜ ମାନସିକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହିଁ ସ୍ମାର୍ଟଫୋନ୍ ଅଧିକ ସମୟ ବ୍ୟବହାର କରିଥାନ୍ତି। କିଛି ବର୍ଷ ତଳେ ଲୋକେ ଘରକାମ କରି ସମୟ ଅତିବାହିତ କରୁଥିବାବେଳେ ଏକବିଂଶ ଶତାବ୍ଦୀର ଚିତ୍ରପଟ ସମ୍ପୂର୍ଣ୍ଣ ଭିନ୍ନ। ଜଣେ ବ୍ୟକ୍ତି ଏକାକୀ ରହିଲେ ମଧ୍ୟ ସ୍ମାର୍ଟଫୋନ୍ ସହ ବନ୍ଧୁତା କରିବାରେ ସଙ୍କୋଚ କରୁନାହିଁ।

Leave A Reply