ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

0

ନୀଳଗିରି : ନୀଳଗିରି ବ୍ଲକ ବରହମପୁର ଥାନା ନିକଟରେ ଥିବା ଯମୁନା ଛକରେ ଏକକାଳୀନ ୬ଟି ଦୋକାନରୁ ଚୋରି ହୋଇଛି। ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଚୋରମାନେ ରବୀନ୍ଦ୍ର ବିନ୍ଧାଣି, ବାବୁଲି ବେହେରା, ପୀତବାସ ବେହେରା, ପରମାନନ୍ଦ ବେହେରା, ଟୀକା ବାରିକ ଓ ନବୀନା ମହାପାତ୍ରଙ୍କ ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଛନ୍ତି। ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Leave A Reply